Get the full lyrics of "To Hrudaya Kichhi Kahila" from the album Duiti Hrudaya. Read the lyrics in Odia script and English transliteration. Perfect for singing along!
To Hrudaya Kichhi Kahila Lyrics In Odia
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଦୁଇ ହୃଦୟର ଭେଟ ହେଲା ପରେ, ଧୀରେ—ଧୀରେ ପ୍ରେମ ହେଲା
ଧୀରେ—ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଆଗରୁ ତ କେବେ ଥରେ, ଏଇ ମୋର ହୃଦୟରେ
ଟିକେ ହେଲେ, ଟିକେ ହେଲେ ପ୍ରେମ ରଙ୍ଗ ଲାଗିନଥିଲା
ହୋ ତତେ ଦେଖିଦେଲା ପରେ, ସେଇ ଦିନ ନିରୋଳାରେ
ଛାତି ତଳେ, ଛାତି ତଳେ ଫଗୁଣର ଋତୁ ଆସିଲା
ମୋ ହୃଦୟ କିଛି ଲେଖିଲା, ତୋ ହୃଦୟ କିଛି ପଢ଼ିଲା
ମୋ ହୃଦୟ କିଛି ଲେଖିଲା, ତୋ ହୃଦୟ କିଛି ପଢ଼ିଲା
ଦୁଇ ହୃଦୟର ଲେଖା ପଢ଼ା ପରେ, ଧୀରେ—ଧୀରେ ପ୍ରେମ ହେଲା
ଧୀରେ—ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ରାତି ଯାଏ, ରାତି ଆସେ
ତାରା ଫୁଟେ, ଜହ୍ନ ହସେ
ମନେ ପଡେ, ମନେ ପଡେ କଥା ଯେତେ ତୋ ସାଥିରେ
ଅଳପ କହୁ ତୁ ମତେ, ଅଳପ କହେ ମୁଁ ତତେ
ଝରି ପଡ଼େ, ଝରି ପଡ଼େ ତାରାଫୁଲ ମୋ ହାତରେ
ମୋ ହୃଦୟ କିଛି ଗାଇଲା, ତୋ ହୃଦୟ କିଛି ଗାଇଲା
ମୋ ହୃଦୟ କିଛି ଗାଇଲା, ତୋ ହୃଦୟ କିଛି ଗାଇଲା
ହୃଦୟର ସ୍ୱର ମିଶିଗଲା ପରେ, ଧୀରେ—ଧୀରେ ପ୍ରେମ ହେଲା
ଧୀରେ—ଧୀରେ ପ୍ରେମ ହେଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ମୋ ହୃଦୟ କିଛି କହିଲା, ତୋ ହୃଦୟ କିଛି ଶୁଣିଲା
ଦୁଇ ହୃଦୟର ଭେଟ ହେଲା ପରେ, ଧୀରେ—ଧୀରେ ପ୍ରେମ ହେଲା
ଧୀରେ—ଧୀରେ ପ୍ରେମ ହେଲା
ଲା—ଲା—ହୁଁ
ଧୀରେ ଧୀରେ ଆହାଃ, ହାହା
Song Credits Table: *
Singers: Abhijit Majumdar & Nibedita (or Namita Agrawal for some versions)
Lyrics: Panchanan Nayak
Music: Sarat Nayak
Album: Duiti Hrudaya / Sidharth Music
Lyrics in Odia Script: Use the actual ତୋ ହୃଦୟ... font.
