Type Here to Get Search Results !

Banaste Dakila Gaja Song Lyrics in Odia Script | Raja Doli Geeta (ରଜ ଦୋଳି ଗୀତ)

Banaste Dakila Gaja song lyrics in Odia script. Celebrate Raja Parba with the traditional Raja Doli song (ରଜ ଦୋଳି ଗୀତ - ବନସ୍ତେ ଡାକିଲା ଗଜ). Read, sing, and share the authentic Odia Rajo festival song lines here! Banaste Dakila Gaja lyrics , Banaste Dakila Gaja song lyrics in Odia script , Raja Doli Song Lyrics , ରଜ ଦୋଳି ଗୀତ , ବନସ୍ତେ ଡାକିଲା ଗଜ , Odia Raja song lyrics , Rajo festival doli geeta , Banaste Dakila Gaja lyrics Odia , Raja doli gita written , Traditional Raja festival songs , Raja doli geeeta banaste dakila gaja lyrics pdf , Odia Raja parba doli gitara lyrics , Banaste dakila gaja barasake thare asichhi raja line by line. 

Raja Doli Geeta (ରଜ ଦୋଳି ଗୀତ)

Banaste Dakila Gaja Song Lyrics in Odia 

ବନସ୍ତେ ଡାକିଲା ଗଜ

ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ

ଆସିଛି ରଜ ଲୋ ଘେନି ନୂଆ ସଜବାଜ

ବଉଳ ଲୋ ଘେନି ନୂଆ ସଜବାଜ...


ପାଚିଲା ପଣସ ଆମ୍ବ

ପାଚିଲା ପଣସ ଆମ୍ବ 

ପରଖି ନ କଲୁ ଯାହାଠି ଭାବ

ଯାହାଠି ଭାବ ଲୋ ସେତ ଦିନେ ଦଗା ଦେବ

ବଉଳ ଲୋ ସେତ ଦିନେ ଦଗା ଦେବ...


ଥିରି ଥିରି ଝୁଲା ଦୋଳି

ଥିରି ଥିରି ଝୁଲା ଦୋଳି

ଓଢ଼ଣୀ ଯାଉଛି ପବନେ ଉଡ଼ି

ପବନେ ଉଡ଼ି ଲୋ ଗଭା ଫୁଲ ଯାଏ ଝଡ଼ି

ବଉଳ ଲୋ ଗଭା ଫୁଲ ଯାଏ ଝଡ଼ି...


ଉଠିଲା ବାଉଁଶ ଗଜା

ଉଠିଲା ବାଉଁଶ ଗଜା ପରବ

ଭିତରେ ରଜା ତ ରଜା

ରଜ ତ ରଜ ଲୋ ଆସ ମନେଇବା ମଜା

ବଉଳ ଲୋ ଆସ ମନେଇବା ମଜା...


ଆମ୍ବ ବନେ କେଲି କୁଞ୍ଜ

ଆମ୍ବ ବନେ କେଲି କୁଞ୍ଜ

ମୋବାଇଲ ଆଣେ କେତେ ମେସେଜ

କେତେ ମେସେଜ ଲୋ ନୂଆ ନୂଆ ଲାଗେ ରଜ

ବଉଳ ଲୋ ନୂଆ ନୂଆ ଲାଗେ ରଜ...


ଦୋଳି ଛୁଇଁ ଯାଏ ଡାଳ

ଦୋଳି ଛୁଇଁ ଯାଏ ଡାଳ

ପରଦେଶୀ ପ୍ରେମ ସlଜଇ କାଳ

ସlଜାଇ କାଳ ଲୋ କାନ୍ଦି କାନ୍ଦି ଯାଏ ବେଳ

ବଉଳ ଲୋ କାନ୍ଦି କାନ୍ଦି ଯାଏ ବେଳ...



ଦୋଳି ମୁଣ୍ଡ କାଠ ମଠ

ଦୋଳି ମୁଣ୍ଡ କାଠ ମଠ

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ

ସୁନା ମୁକୁଟ ଲୋ ଦିଶୁଥାଏ ଝଟ ଝଟ

ବଉଳ ଲୋ ଦିଶୁଥାଏ ଝଟ ଝଟ...


ପାଦରେ ଅଳତା ନାଲି

ପାଦରେ ଅଳତା ନାଲି

ଯିଏ ଖୋସିଦେଲା ଗଭାରେ ମଲ୍ଲୀ

ଗଭାରେ ମଲ୍ଲୀ ଲୋ ତାକୁ ମୁଁ ପାରୁନି ଭୁଲି

ବଉଳ ଲୋ ତାକୁ ମୁଁ ପାରୁନି ଭୁଲି...


ଏତ ଶେଷ ରଜ ମୋର

ଏତ ଶେଷ ରଜ ମୋର

ଆରସନ ହେବ ମୋ ବାହାଘର

ମୋ ବାହାଘର ଲୋ ଭାଇ କିଣିଲେଣି ହାର

ବଉଳ ଲୋ ଭାଇ କିଣିଲେଣି ହାର...


ଭୂମି ହେଲା ରଜବତୀ

ଭୂମି ହେଲା ରଜବତୀ

ମାଟି କି ହାଣିଲେ ଫାଟେ ତା ଛାତି

ଫାଟେ ତା ଛାତି ଲୋ ସେ ତ ମାଆ ବସୁମତୀ

ବଉଳ ଲୋ ସେ ତ ମାଆ ବସୁମତୀ...


ମାନୁଥିବୁ ରଜ ବିଧି

ମାନୁଥିବୁ ରଜ ବିଧି

ଚାଲିବୁ କଦଳୀ ବାହୁଙ୍ଗା ବାନ୍ଧି

ବାହୁଙ୍ଗା ବାନ୍ଧି ଲୋ ଗୁଆ ଖୋଲପା କୁ ପିନ୍ଧି

ବଉଳ ଲୋ ଗୁଆ ଖୋଲପା କୁ ପିନ୍ଧି...


ଚହଟିଲା କୃଷ୍ଣଚୂଡ଼ା

ଚହଟିଲା କୃଷ୍ଣଚୂଡ଼ା

ରଜ ରେ ନ ଥାଏ ରନ୍ଧା କି ବଢ଼ା

ରନ୍ଧା କି ବଢ଼ା ଲୋ ତିନି ଦିନ ହାଣ୍ଡି ଛଡ଼

ବଉଳ ଲୋ ତିନି ଦିନ ହାଣ୍ଡି ଛଡ଼...


ଗୋଲାପ ଗଛର କଣ୍ଟା

ଗୋଲାପ ଗଛର କଣ୍ଟା


ଭାରି ଭଲ ଲାଗେ ଭିଣେଇ ଥଟ୍ଟା

ଭିଣେଇ ଥଟ୍ଟା ଲୋ କରୁ ପଛେ ହାଟହଟା

ବଉଳ ଲୋ କରୁ ପଛେ ହାଟହଟା...



Banaste Dakila Gaja Song Lyrics English 

Banaste dakila gaja

Banaste dakila gaja

Barasake thare asichhi raja

Asichhi raja lo gheni nua saja baja

Baula lo gheni nua saja baja.....


Pachila panasa amba

Pachila panasa amba parakhi

na kalu jahathi bhaba

Jahathi bhaba lo seta dine daga daba

Baula lo seta dine daga daba......




Thiri thiri jhula doli

Thiri thiri jhula doli


odhani jauchhi pabane udi

Pabane udi lo gabha phula jae jhadi

Baula lo gabha phula jae jhadi...





Uthila baunsa gaja

Uthila baunsa gaja paraba

bhitare raja ta raja

Raja ta raja lo asa maneiba maja

baula lo asa maneiba maja....



Amba bane keli kunja

Amba bane keli kunja

Mobile ane kete meseja

Kete meseja lo nua nua lage raja

baula lo nua nua lage raja....


Doli chhuin jae dala

Doli chhuin jae dala

paradesi prema sajai kala

sajai kala lo kandi kandi jae

bela baula lo kandi kandi jae bela....



Doli munda kata mata

Doli munda kata mata

Mo bhai mundare suna mukuta

Suna mukuta lo disuthae jhata jhata

Baula lo disuthae jhata jhata...



Padare alata nali

Padare alata nali

Jie khosidela gabhare malli

Gabhare malli lo taku mu paruni bhuli

Baula lo taku mu paruni bhuli...



Eta sesa raja mora

Eta sesa raja mora

Arasana heba mo bahaghara

Mo bahaghara lo bhai kinileni hara

Baula lo bhai kinileni hara...


Bhumi hela rajabati

Bhumi hela rajabati

Mati ki hanile phate ta chhati

Phate ta chhati lo se ta maa basumati

Baula lo se ta maa basumati...


Manuthibu raja bidhi

Manuthibu raja bidhi

Chalibu kadali bahunga bandhi

Bahunga bandhi lo gua kholapa ku pindhi

Baula lo gua kholapa ku pindhi..





Chahatila krushnachuda

Chahatila krushnachuda


Raja re na thae randha ki badha

Randha ki badha lo

tini dina handi chhada

Baula lo tini dina handi chhada...


Golapa gachha ra kanta

Golapa gachha ra kanta

Bhari bhala lage bhinei thata

Bhinei thata lo karu pachha hata hata

Baula lo karu pachhae hata hata...



Raja Rachana 

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ ।

 ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ ।


❓ Frequently Asked Questions (FAQ)

Q1: What is the meaning of "Banaste Dakila Gaja"?

A: "Banaste Dakila Gaja" translates to "The elephant roars/calls out in the forest." It is the opening line of the most famous traditional Odia folk song sung during the Raja Parba festival. It symbolizes the arrival of the monsoon season and the joyous start of the three-day festival.

Q2: What is Raja Parba and why is this song sung?

A: Raja Parba (or Rajo) is a unique three-day festival celebrated in Odisha, India, dedicated to womanhood and Mother Earth (Bhumi). It is believed that Mother Earth undergoes her menstrual cycle during these three days to prepare for the upcoming agricultural season. Girls and women celebrate by taking a break from all daily chores, wearing new clothes, applying alata, and singing Doli Geeta (swing songs) like "Banaste Dakila Gaja".

Q3: Who wrote the "Banaste Dakila Gaja" song?

A: This song is a traditional Odia folk lyric passed down through oral traditions over generations. It does not have a single known individual author. Over time, modern artists have adapted it, and newer contemporary verses (like references to mobile messages) have been naturally added to the folk stanzas.

Q4: Why is a "Doli" (swing) important in this song?

A: The Doli (rope swing tied to large tree branches like mango or banyan) is the most iconic symbol of Raja Parba. Swinging on the Doli is a joyful ritual for young women during the festival. The rhythm of the swing perfectly matches the poetic cadence of the song, which is why it is called a Raja Doli Geeta.

Q5: What do the lines about "tini dina handi chhada" mean?

A: The phrase "Tini dina handi chhada" literally means "Giving up the cooking pot for three days." As a sign of respect to Mother Earth and to give a well-deserved rest to the women of the household, no cutting, grinding, or cooking on the main stove happens on the first day of Raja. Instead, a variety of pre-prepared traditional cakes like Poda Pitha, Chakuli Pitha, and Manda Pitha are enjoyed.

Q6: Where can I find the authentic Odia script lyrics for this song?

A: The complete, authentic lyrics written in the native Odia script (ରଜ ଦୋଳି ଗୀତ - ବନସ୍ତେ ଡାକିଲା ଗଜ) are provided right here on this webpage! You can read, copy, and share them to celebrate the true spirit of Rajo with your family and friends.

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Below Post Ad