Bohu Rani Chehera Tora Lyrics in Odia Script
ବୋହୂ ରାଣୀ ଚେହେରା ତୋର
ନିଦ ମୋର ଖାଇଲା ଲୋ
ଚୋରା ଚୋରା ଚାହାଣି ତୋର
ଦିନ ରାତି ମାଇଲା ଲୋ
ବୋହୂ ରାଣୀ ଚେହେରା ତୋର
ନିଦ ମୋର ଖାଇଲା ଲୋ
ଚୋରା ଚୋରା ଚାହାଣି ତୋର
ଦିନ ରାତି ମାରିଲା ଲୋ
ତୋ ପାଇଁ ରାତି କାହିଁ
ତୋ ପାଇଁ ରାତି କାହିଁ
ଚାହିଁ ଚାହିଁ ଚାହିଁ ପାହିଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ହେ... ବୋହୂ ରାଣୀ ଚେହେରା ତୋର
ନିଦ ମୋର, ନିଦ ମୋର ଖାଇଲା ଲୋ
ଆଲୋ ଯୁଆଡ଼େ ଗଲି ସିଆଡ଼େ ଖାଲି ତୋରି ମୁହଁ ଲୋ
ମୁଁ ତୋ ରାଜା ତୁ ମୋ ରାଣୀ ଥରୁଟେ କହ ଲୋ
ହାଏ ରେ, ହାଏ ରେ, ହାଏ ରେ...
ଆଡ଼େ ଗଲି ସିଆଡ଼େ ଖାଲି ତୋରି ମୁହଁ ଲୋ
ମୁଁ ତୋ ରାଜା ତୁ ମୋ ରାଣୀ ଥରୁଟେ କହ ଲୋ
ତତେ କାହିଁ ଆଖି ଆଜି
ତତେ କାହିଁ ଆଖି ଆଜି
ଲୁଚି ଲୁଚି ଲୁଚି ଚାହିଁଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବୋହୂ ରାଣୀ ବୋହୂ ରାଣୀ ଚେହେରା ତୋର
ନିଦ ମୋର, ନିଦ ମୋର ଖାଇଲା ଲୋ
ଚୁମକି ଖଞ୍ଜା ଝୁମୁକା ଲଗା କଣ୍ଢେଇ ଟିଏ ତୁ
ଆସିବୁ ଯଦି ଘରକୁ ମୋର ମୁଣ୍ଡେଇ ଥିବି ମୁଁ
ହାଏ ରେ, ହାଏ ରେ, ହାଏ ରେ..
ଚୁମକି ଖଞ୍ଜା ଝୁମୁକା ଲଗା କଣ୍ଢେଇ ଟିଏ ତୁ
ଆସିବୁ ଯଦି ଘରକୁ ମୋର ମୁଣ୍ଡେଇ ଥିବି ମୁଁ
ତୋ ନାଁ ତୋ ଗାଁ, ତୋ ନାଁ ତୋ ଗାଁ
ଓଠ କାହିଁ ଆଜି କହିଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବୋହୂ ରାଣୀ ଚେହେରା ତୋର
ନିଦ ମୋର ଖାଇଲା ଲୋ
ଚୋରା ଚୋରା ଚାହାଣି ତୋର
ଦିନ ରାତି ମାଇଲା ଲୋ
ବୋହୂ ରାଣୀ ଚେହେରା ତୋର
ନିଦ ମୋର ଖାଇଲା ଲୋ
ଚୋରା ଚୋରା ଚାହାଣି ତୋର
ଦିନ ରାତି ମାଇଲା ଲୋ
ତୋ ପାଇଁ ରାତି କାହିଁ
ତୋ ପାଇଁ ରାତି କାହିଁ
ଚାହିଁ ଚାହିଁ ଚାହିଁ ପାହିଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
ବାହାଘର ବେଳ ମୋର ଆଇଲା ଲୋ
Bohu Rani Chehera Tora Lyrics in English Script
Bohu rani chehera tora
Nida mora khaila lo
Chora chora chahani tora
Dina rati maila lo
Bahaghara bela mora aila lo
Bahaghara bela mora aila lo
He... bohu rani chehera tora
Nida mora, nida mora khaila lo
Alo juade gali siade khali tori muha lo
Mu to raja tu mo rani tharu te kaha lo
Haire, haire, haire...
Aade gali siade khali tori muha lo
Mu to raja tu mo rani tharu te kaha lo
Tate kahin akhi aji
Tate kahin akhi aji
Luchi luchi luchi chahila lo
Bahaghara bela mora aila lo
Bahaghara bela mora aila lo
Bohu rani bohu rani chehera tora
Nida mora, nida mora khaila lo
Chumki khanja jhumuka laga kandhei tie tu
Asibu jadi gharaku mora mundei thibi mu
Haire, haire, haire...
Chumki khanja jhumuka laga kandhei tie tu
Asibu jadi gharaku mora mundei thibi mu
To naa to gaa, to naa to gaa
Otha kahin aji kahila lo
Bahaghara bela mora aila lo
Bahaghara bela mora aila lo
Bohu rani chehera tora
Nida mora khaila lo
Chora chora chahani tora
Dina rati maila lo
Bohu rani chehera tora
Nida mora khaila lo
Chora chora chahani tora
Dina rati maila lo
To pain rati kahin
To pain rati kahin
Chahin chahin chahin pahila lo
Bahaghara bela mora aila lo
Bahaghara bela mora aila lo
ବୋହୂରାଣୀ ଚେହେରା ତୋର"
ଏକ ସୁନ୍ଦର ସବୁଜିମା ଭରା ଗାଁରେ ଜଣେ ଚୁଲବୁଲି ଏବଂ ରୂପବତୀ ଝିଅ ରହୁଥିଲା । ତା’ର ଚେହେରା ଏତେ ସୁନ୍ଦର ଥିଲା ଯେ ଗାଁର ସମସ୍ତେ ତାକୁ ଆଗାମୀ ଦିନର ‘ବୋହୂରାଣୀ’ ଭାବେ କଳ୍ପନା କରୁଥିଲେ । ସେ ହଳଦିଆ ଓ ନାଲି ରଙ୍ଗର ଶାଢ଼ି ପିନ୍ଧି, ହାତରେ ଚୁଡ଼ି ଓ କାନରେ ଝୁମୁକା ଲଗାଇ ଯେତେବେଳେ ଗାଁର ଧାନ ବିଲ ଓ ପାହାଡ଼ ପାଖ ଦେଇ ଯାଉଥିଲା, ସେତେବେଳେ ସମସ୍ତଙ୍କ ନଜର ତା’ ଉପରେ ଅଟକି ଯାଉଥିଲା ।
ସେହି ଗାଁର ଜଣେ ଯୁବକ ତାକୁ ମନେ ମନେ ବହୁତ ଭଲ ପାଉଥିଲା । ସେ ଝିଅଟିର ଚୋରା ଚୋରା ଚାହାଣୀ ଏବଂ ମିଠା ହସରେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଥିଲା । ଯୁବକଟି ନିଜ ସାଙ୍ଗମାନଙ୍କ ସହ ମିଶି ତା’ ଆଗରେ ନିଜ ପ୍ରେମର ପ୍ରକାଶ କରିବାକୁ ଚେଷ୍ଟା କରୁଥିଲା । ଝିଅଟି ମଧ୍ୟ ତାକୁ ପସନ୍ଦ କରୁଥିଲା, କିନ୍ତୁ ସେ ଲାଜେଇ ଯାଇ ନିଜ ମନର କଥା ଲୁଚାଇ ରଖୁଥିଲା ।
ଦିନେ ଗାଁର ଖୋଲା ପଡ଼ିଆ ଏବଂ ସୁନେଲି ଧାନ ବିଲ ମଝିରେ ସେମାନଙ୍କର ଦେଖା ହେଲା । ଯୁବକଟି ଗୀତ ଗାଇ ତାକୁ କହିଲା ଯେ ତା’ର ଏହି ସୁନ୍ଦର ଚେହେରା ତା’ର ରାତିର ନିଦ ହଜାଇ ଦେଇଛି । ସେ କେବଳ ତାକୁ ହିଁ ନିଜ ଜୀବନର ସାଥୀ ବା ବୋହୂରାଣୀ ଭାବେ ଦେଖିବାକୁ ଚାହେଁ । ଗାଁର ସାଙ୍ଗସାଥୀମାନେ ସେମାନଙ୍କ ଚାରିପାଖରେ ନାଚି-ଗାଇ ଏହି ପ୍ରେମର ଉତ୍ସବ ପାଳନ କଲେ ।
ପରିଶେଷରେ, ଝିଅଟି ମଧ୍ୟ ସମ୍ମତି ଜଣାଇଲା ଏବଂ ସେମାନଙ୍କର ବିବାହ ସମୟ ସ୍ଥିର ହେଲା । ସାରା ଗାଁରେ ଖୁସିର ଲହରୀ ଖେଳିଗଲା ଏବଂ ସେହି ଚୁଲବୁଲି ଝିଅଟି ସତସତିକା ସେହି ଘରର ଭାଗ୍ୟବତୀ ବୋହୂରାଣୀ ସାଜିବାକୁ ପ୍ରସ୍ତୁତ ହେଲା । ଏହିପରି ଭାବେ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ସେମାନଙ୍କର ଏକ ମଧୁର ପ୍ରେମ କାହାଣୀ ସଫଳ ହେଲା ।